Kape Prema : କପେ ପ୍ରେମ

Brand :
150.00 Original price was: ₹150.00.129.00Current price is: ₹129.00.

Title: Kape Prema

Author: Dr. Sumant Kumar Padhi

Publisher: InkDew Publications

Kape Prema is a unique collection of 46 poems by Dr. Sumant Kumar Padhi that revolves around the theme of love, with a special focus on the symbolism of tea. Each poem beautifully captures the nuances of romance, using the simple act of sharing a cup of tea to explore deeper emotions and connections between lovers. Dr. Padhi’s poetic expressions reflect both the warmth and complexity of relationships, portraying love as a blend of intimacy, memories, and unspoken feelings. The poems in this anthology are captivating and resonant, making even non-tea drinkers fall in love with the idea of tea and the emotions it can evoke.

With its enchanting language and relatable themes, Kape Prema brings a fresh perspective on love and companionship. Dr. Padhi’s work stands out for its imaginative blend of poetic verses that turn everyday moments into profound reflections on life and love. This collection is perfect for those who enjoy poetry that stirs the soul and warms the heart, much like a comforting cup of tea.

Categories: ,
Author: Dr Sumant Kumar Padhi

Description

କପେ ପ୍ରେମ

କବିତା ସଂକଳନ : କପେ ପ୍ରେମ
କବି : ଡ଼ଃ.ସୁମନ୍ତ ପାଢୀ Sumant Kumar Padhi
ପ୍ରକାଶକ : ଇଙ୍କଡ଼ିଉ ପବ୍ଲିକେଶନ Ink dew publications
ପୃଷ୍ଠା : ୬୨
ମୂଲ୍ୟ : ୧୪୯ ଟଙ୍କା

ତମକୁ ଗୋଲାପ ବହୁତ ପସନ୍ଦ
ଆଉ ମତେ ଚା’
ସେଥିପାଇଁ ତ
ତମେ ଗଲା ପରେ ପରେ
ଯେତେ ପାଣି ଦେଲେ ସୁଦ୍ଧା
ମଉଳି ଯାଇଛି ଗୋଲାପ
ଆଉ ସ୍ୱାଦହୀନ ଲାଗୁଛି ଚା’ !

~ ଡ଼ଃ. ସୁମନ୍ତ କୁମାର ପାଢୀ

ମୁଁ ତୁମକୁ ସେଦିନ କପେ ପ୍ରେମ ମାଗିଥିଲି କିନ୍ତୁ ତୁମେ ଚାହା କପ୍ ଟିଏ ଆଣି ଧରେଇଦେଲ… କେଜାଣି ସେଇ ସେବେଠୁ ହିଁ ମୁଁ ତୁମ ପ୍ରେମରେ ଆଉ ପରୋକ୍ଷରେ ତୁମ ଚାହା କପ୍ ର ! ମୁଁ ଜାଣେ ଏସବୁ ଶୁଣି ତୁମେ ବେଫିକର୍ ହେଇ ହସୁଥିବ | ସବୁ ପ୍ରେମିକ ପରା ଠିକ ସେମିତି | ତୁମେ ସିନା ଚାହାକୁ ପ୍ରେମିକା ବନେଇ ତା’ର ଉଷୁମ ଛୁଆଁର ମଜା ନେଉଛ କିନ୍ତୁ ତୁମ ବିନା କେହି ଜଣେ ଏଠି ଶୁଖିଲା ଗୋଲାପଟିଏ ଧରି ମଉଳି ଗଲାଣି ବୋଲି ଟିକେ ଭାବ | ମୁଁ ଜାଣେ, ତୁମେ ପାରିବନି !

ଡ଼ଃ. ସୁମନ୍ତ ପାଢୀ ଆମ ସମୟର ଜଣେ ପ୍ରେମିକ କବି | ବେଳେବେଳେ ମନେ ହୁଏ ଶତାଧିକ ନାୟିକା ତାଙ୍କର… ହା….ହା.. ହାହା… ଏମିତିରେ ବି କବି କେତେବେଳେ କାହା ପ୍ରେମରେ ପଡେ ସେ ନିଜେ ବି ଦ୍ୱନ୍ଦ୍ୱରେ ଥାଏ | ଯାହା ବି ହେଉ ଡ଼ଃ. ପାଢୀ କେବେ କପେ ଚା’ ର ଉପସ୍ଥିତିରେ ଅନୁଭବ କରନ୍ତି ନିଜ ପ୍ରେମିକାକୁ ତ ଆଉ କେବେ ବର୍ଷା ଭିଜା ଶୀତୁଆ ସକାଳେ କଫିର ଉଷ୍ମତାକୁ ଖୋଜି ହୁଅନ୍ତି ଆଉ କେବେ କେବେ ଚା’ ପାଇଁ ବ୍ୟାକୁଳ ହୁଅନ୍ତି | କେବଳ ସେତିକି ନୁହେଁ, ଚା’ ତାଙ୍କୁ ସମ୍ମୋହିତ କରେ, ସକାଳକୁ ଆଉ ଟିକେ ରୋମାଣ୍ଟିକ୍ କରେ ଆଉ ପ୍ରେମରେ ଭିଜାଏ |
ଏଇ କବିତା ସଂକଳନଟି ୪୬ଟି କବିତାରେ ପରିପୂର୍ଣ୍ଣ | ସବୁ କବିତାର ଶବ୍ଦ ସଂଯୋଜନା ଓ ଶୀର୍ଷକ ଖୁବ ମନଛୁଆଁ | ଏ ସଂକଳନଟି ପଢି ସାରିବା ପରେ ଚା’ ନପିଉଥିବା ପାଠକଟିଏ ମଧ୍ୟ ଚା’ ପ୍ରେମରେ ପଡ଼ିଯିବ ଏଥିରେ ଦ୍ବିମତ ନାହିଁ | କ’ଣ ଚା’ ବି ରଚିପାରେ ଇତିହାସ….. ?
ହଁ… ରଚିପାରେ…!! ଏମିତି ଏକ ଭାବନାକୁ ନେଇ କବିଙ୍କର ଏ ଧାଡିଟି ପଢନ୍ତୁ :-
କାହା ପାଇଁ ହୋଇପାରେ ଚା’
ଗୋଟେ ବଦଭ୍ୟାସ
ମୋ ପାଇଁ ଚା’ କିନ୍ତୁ ଲେଖିପାରେ
ଗୋଟେ ନୂଆ ଇତିହାସ | ( ପୃଷ୍ଠା ୫୮ )

ପ୍ରେମ ଆଉ କଣ କି ? ମନ ସହ ମନର ମିଳନ ଏବଂ ପରସ୍ପର ସହ ସାରା ଜୀବନ ଏକାଠି ରହିବାର ପ୍ରତିଶୃତି | କେବଳ ପ୍ରତିଶୃତି ତ ନୁହଁ, ସାରା ଜୀବନ କିଛି ସ୍ମୃତିକୁ ନେଇ ସନ୍ତୁଳି ହେବା ହିଁ ପ୍ରେମ…. କିନ୍ତୁ କବିଙ୍କ ପ୍ରେମର ପରିଭାଷାକୁ ପଢନ୍ତୁ :-
ପ୍ରେମ ଆଉ କଣ କି ?
କେଇ ଟୋପା କାକର
କିଛି ମଧୁଝରା ହସ
ଆଉ ମେଞ୍ଚେ ଉଷୁମ
ବାମ୍ଫର କୋମଳ ସ୍ପର୍ଶ | ( ପୃଷ୍ଠା ୬୦ )

ଆଜକୁ ଠିକ ପଚାଶ ବର୍ଷ ପରେ ବି ସେତିକି ଭଲ ପାଉଥିବି ଆଜି ଯେତିକି ପାଉଛି | କିନ୍ତୁ ମୁଁ ଯଦି କେବେ ତୁମର ମନେ ପଡେ; ଥରେ ବୁଲିଆସିବ ବାଲିଯାତ୍ରା ପଡିଆ ନହେଲେ ମହୋତ୍ସବ ଯୋଉଠି ମୁଁ ଆଉ ମୋ ସ୍ମୃତି ସବୁ ଆଜିବି ଜୀବିତ | ନଚେତ୍ ବାଣୀବିହାରରୁ ପିଇଦେବ ଜଗା ନନା ପାଖରୁ କପେ କଫି ହୁଏତ ତୁମ ଓଠ ସ୍ପର୍ଶରେ ଜୀବନ୍ୟାସ ନେଇପାରେ ଗୋଟେ ଅଧା ଲେଖା ବେନାମୀ ସମ୍ପର୍କ ! କିଛି ସମ୍ପର୍କ ଆରମ୍ଭ ହୁଏ ଏଇ ଚାହା-କଫିରୁ…… ତେବେ କବିଙ୍କ ଏଇ ଧାଡି :-
ଇଏ କପେ ଚା’ ନୁହଁ
ତୁମ ଓ ମୋ ପାଇଁ କପେ ପ୍ରେମ
ଚା’ ଛୁଁଏ ଓଠକୁ
ତମେ ଛୁଅଁ ଆଖିକୁ
ଚା’ ଛୁଇଁଯାଏ ଦେହ
ତମେ ଛୁଇଁ ଯାଅ ମନ
ସେଇଥି ପାଇଁ ତ କହେ କପେ ଚା’
ଚା’ ନୁହଁ, ଆମ ପାଇଁ କପେ ପ୍ରେମ | ( ପୃଷ୍ଠା ୯ )

କପେ ଚା’ ସଂକଳନର ବିଶେଷ ବିଶେଷତ୍ୱ ହେଉଛି ସବୁ କବିତା ଗୁଡିକ ଚାହା ଉପରେ ଆଧାରିତ | ଆଉ କବିତାରେ ଜୀବନ ଅଛି ଓ କିଛି ଗୋଟେ ଲୋଡ଼ିଵାପଣ ଅଛି | ସେମିତି ଆଉ ଏକ କବିତାର ଧାଡି :-
ମୋ ପ୍ରେମରେ ତୁ ତୋର ଭାଗ ମାପୁଥିଲୁ ନା
ପଚାରୁ ଥିଲୁ ନା ପ୍ରେମର ଆକାର
ଦେଖେଇବାକୁ କହୁଥିଲୁ ମୋ ପ୍ରେମର ରଙ୍ଗ ?
ପ୍ରେମକୁ କଣ ମାପିହୁଏ !
ପ୍ରେମକୁ କଣ କେବେ ଭାଗ କରିହୁଏ !
ପ୍ରେମ ତ କେବେ ମିଳନରେ ଅର୍ଦ୍ଧନାରୀଶ୍ୱର ହରପାର୍ବତୀ
ତ କେବେ ବିଚ୍ଛେଦରେ ଶିବ ଆଉ ସତୀ !

” କପେ ପ୍ରେମ ” ଅନେକ ପାଠକୀୟ ଆଦୃତି ପାଉ, ଏତିକି ହିଁ କୋଟି କୈବଲ୍ୟ ନାଥଙ୍କ ନିକଟରେ ପ୍ରାର୍ଥନା | ” ଜୁଇର ସକାଳ ” କବିତା ସଂକଳନ ପାଇଁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ | ଅପେକ୍ଷାରେ ଆଉ ଗୋଟେ ନୂଆ ସଂକଳନର……..

#ପ୍ରିୟଙ୍କା_ପ୍ରିୟଦର୍ଶିନୀ

150.00 Original price was: ₹150.00.129.00Current price is: ₹129.00.